ସ୍କୁଲ ରୂପାନ୍ତର ପର୍ବରେ ସାମିଲ ହେଲା ସମ୍ବଲପୁରର ୨୫ ସ୍କୁଲ

ଆଭିଜାତ୍ୟପୂର୍ଣ ସ୍କୁଲ ପରି ଚମକିଲା ଗାଁ ସ୍କୁଲ

ସମ୍ବଲପୁର: ଗାଁ ସ୍କୁଲରେ ଘରେଇ ସ୍କୁଲର ପରିବେଶ ପାଇବେ ଛାତ୍ର/ଛାତ୍ରୀ, ସରକାରଙ୍କ ୫ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ୨୫ ଗୋଟି ସ୍କୁଲ ଜଡିତ ହୋଇଛି । ସମ୍ବଲପୁର ଜିଲ୍ଲାରେ ପ୍ରଥମ କରି ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ସ୍କୁଲକୁ ରୂପାନ୍ତରଣ କରାଯାଇଛି ।

ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ବଦଳୁଛି ସ୍କୁଲର ନକ୍ସା, ୫ଟି ଅଧିନରେ ସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ବଦଳୁଛି ସ୍କୁଲ ର ରୂପରେଖା । ସୂଚନା ଯେ, ବାମରା ବ୍ଲକର ସରକାରୀ ପଂଚାୟତ ହାଇସ୍କୁଲ ଜରାବଗା ଏବଂ ବାଳକ ଉଚ୍ଚ ବିଦ୍ୟାଳୟ ବାମରା, ଧନକଉଡା ବ୍ଲକର ସରକାରୀ ହାଇସ୍କୁଲ କିଲାସମା ଏବଂ ସରକାରୀ ହାଇସ୍କୁଲ ଗୋଶାଳା, ଜମନକିରା ବ୍ଲକର ପଂଚାୟତ ସରକାରୀ ହାଇସ୍କୁଲ କେନାଢିପା, ଫାଶୀମାଲ ହାଇସ୍କୁଲ ଗୋରିଆବାହାଲ ଏବଂ ପଂଚାୟତ ସରକାରୀ ହାଇସ୍କୁଲ ଜମନକିରା, ଯୁଜମୁରା ବ୍ଲକର ସରକାରୀ ହାଇସ୍କୁଲ ଯୁଜମୁରା ଏବଂ କସ୍ତୁରୀବା ଗାନ୍ଧୀ ମାତୃ ନିକେତନ ହାଇସ୍କୁଲ ମହୁଲପାଲି, ଯୁଜମୁରା, କୁଚିଣ୍ଡା ଏନଏସିର ସରକାରୀ ହାଇସ୍କୁଲ କୁଚିଣ୍ଡା ଏବଂ କୁଚିଣ୍ଡା ବ୍ଲକର ସରକାରୀ ହାଇସ୍କୁଲ କୁଟୁରୁଚୁଆଁ, ମାନେଶ୍ଵର ବ୍ଲକର ବୀର ସୁରେନ୍ଦ୍ର ସାଏ ପଂଚାୟତ ହାଇସ୍କୁଲ ବରଗାଁ ଏବଂ ସରକାରୀ ହାଇସ୍କୁଲ ମୁରା, ନାକଟିଦେଉଳ ବ୍ଲକର ସରକାରୀ ହାଇସ୍କୁଲ ସରାପାଲ୍ଲୀ ଏବଂ ବାପୁଜୀ ସରକାରୀ ହାଇସ୍କୁଲ ଡ଼ାଇଁଛ, ରେଢ଼ାଖୋଲ ବ୍ଲକର ଅଲସୁଆ ବାବା ହାଇସ୍କୁଲ ବଂଶଜଲ ଏବଂ ସରକାରୀ ହାଇସ୍କୁଲ କଦଳିଗଢ଼, ରେଙ୍ଗାଲି ବ୍ଲକର ନିୟୁ ରାମପେଲ ହାଇସ୍କୁଲ ରେଙ୍ଗାଲି ଏବଂ କଟରବାଗ ହାଇସ୍କୁଲ କଟରବାଗ, ସମ୍ବଲପୁର ମୁନିସିପାଲିଟି ଅଞ୍ଚଳର ମହମ୍ମଦ ସରକାରୀ ହାଇସ୍କୁଲ ହୀରାକୁଦ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁର୍ଲା, ସରକାରୀ ହାଇସ୍କୁଲ ହୀରାକୁଦ, ଲେଡି ଲୁଇସ ବାଳିକା ହାଇସ୍କୁଲ ସମ୍ବଲପୁର ଏବଂ ବୁଢ଼ାରଜା ସରକାରୀ ହାଇସ୍କୁଲ ସମ୍ବଲପୁର ।

ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାର ନୂଆ ରୂପରେ ସ୍କୁଲ, ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀ, କମ୍ପୁଟର ଲେବ ଆଦିରେ ପିଲା ମାନେ ପାଠ ପଢ଼ିବେ । ପିଲା ମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠ ପଢେଇବା ନିମନ୍ତେ ସରକାରଙ୍କ ଏକ ବଳିଷ୍ଠ ପ୍ରଚେଷ୍ଟା । ପ୍ରତି ପିଲାଙ୍କ ପାଖରେ ବିପୁଳ ସମ୍ଭାବନା ରହିଛି ଏବଂ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ । ଯୁଜମୁରା ସ୍ଥିତ କସ୍ତୁରୀବା ଗାନ୍ଧୀ ମାତୃ ନିକେତନ ହାଇସ୍କୁଲ ମହୁଲପାଲି ଠାରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ସମେତ କୁଚିଣ୍ଡା ବିଧାୟକ କିଶୋର ନାୟକ ଏବଂ ରେଢ଼ାଖୋଲ ବିଧାୟକ ତଥା ଡେପୁଟି ସ୍ପିକର ରୋହିତ ପୂଜାରୀ ଭିଡିଓ ମଧ୍ୟମରେ ଜଡିତ ଥିଲେ । ଏହା ବ୍ୟତୀତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଭଲ ପାଠ ପଢି, ଭଲ କାମ କରି, ରାଜ୍ୟର ଗୌରବ ବୃଦ୍ଧି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.