ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ଶହରୁ ତଳେ, ୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୭୧ କୋରୋନା ଆକ୍ରାନ୍ତ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ୧୮ ବର୍ଷରୁ କମ ବୟସର ୩୪ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬, ସମ୍ବଲପୁରରୁ ୧୩, କଟକରୁ ୧୦, ଯାଜପୁରରୁ ୭, ଗଞ୍ଜାମରୁ ୭, ବାଲେଶ୍ୱରରୁ ୫, ପୁରୀରୁ ୫, ମୟୂରଭଞ୍ଜରୁ ୫, ସୁନ୍ଦରଗଡରୁ ୫, କେନ୍ଦ୍ରାପଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, ଅନୁଗୁଳରୁ ୧, ବରଗଡରୁ ୧, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୯ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଷ୍ଟେଟ୍ ପୁଲରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୭ ହଜାର ୧୭୪ ଜଣ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୬ ହଜାର ୫୦୧ । ୨ ହଜାର ୨୨୬ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.