ଲକ୍ଷଣ ବଦଳାଉଛି କୋରୋନା, ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ

ଭୁବନେଶ୍ୱର – କୋରୋନା ଭାଇରସ ଲକ୍ଷଣ ବଦଳାଉଛି । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଆଉ ୩୦ ଜଣ ସୁରକ୍ଷିତ ହୋଇପାରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ମଧ୍ୟରେ ତୀବ୍ରତା କମ୍ ରହୁଛି । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ହଷ୍ଟେଲରେ ଏକାଠି ରହୁଥିବାରୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ସର୍ଭିଲାନଓ କରାଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ପ୍ରୋଟକଲ ଲୋକେ ପାଳନ କରୁନାହାନ୍ତି । ଏଥିଯୋଗୁଁ ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ ।

Comments are closed.