କୋରୋନା କଟକଣାରେ ଚାଲିବ ବିଧାନସଭାର ଶୀତ ଅଧିବେଶନ, ନଭେମ୍ବର ୨୮ରୁ ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର – ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନ କୋଭିଟ କଟକଣା ମଧ୍ୟରେ ଚାଲିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ପୂର୍ବ ଅଧିବେଶନ ପରି ଶୀତ ଅଧିବେଶନରେ ମଧ୍ୟ କଟକଣା ବଜାୟ ରହିବ । ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ । ଉଭୟ ଆଂଟିବଡି ଓ କୋଭିଡ ଟେଷ୍ଟ କରାଯିବ । ବିଧାନସଭା କର୍ମଚାରୀ,ପିଏସଓ ଏବଂ ଡ୍ରାଇଭରଙ୍କ ନମୁନା ପରୀକ୍ଷା ହେବ । ନଭେମ୍ବର ୨୮, ୨୯ ଓ ୩୦ ତାରିଖରେ ହେବ କୋଭିଡ ଟେଷ୍ଟ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଥିବା ବାଚସ୍ପତି ସୂଚନା ଦେଇଛନ୍ତି । ବିଏମସି ପକ୍ଷରୁ ବିଧାନସଭାକୁ ସବୁଦିନ ବିଶୋଧନ କରାଯିବ । ବିଧାନସଭା କେତେଦିନ ଚାଲିବ, ସେ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ।

Comments are closed.