ମୁମ୍ବାଇ ଫେରିଲେ ପରମବୀର ସିଂ

ମୁମ୍ବାଇ: ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିବା ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁମ୍ବାଇ ଫେରିଛନ୍ତି। ସେ ଗତକାଲି କହିଥିଲେ ଯେ ସେ ଚଣ୍ଡିଗଡ଼ରେ ଅଛନ୍ତି ଏବଂ ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତରେ ଶୀଘ୍ର ଯୋଗଦେବେ। ନିକଟରେ ଗିରଫରୁ ସୁରକ୍ଷା ନିବେଦନ କରି ତାଙ୍କର ଏକ ପିଟିସନର ଶୁଣାଣି ସମୟରେ ସେ କେଉଁଠାରେ ଅଛନ୍ତି ତାହା ଜଣାଇବାକୁ ସୁପ୍ରିମକୋର୍ଟ ତାଙ୍କୁ କହିଥିଲେ।

ବଟି ଆଦାୟ ମାମଲାର ତଦନ୍ତରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିବା ମାତ୍ରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ କାନ୍ଦିଭଲିରେ କ୍ରାଇମବ୍ରାଞ୍ଚ ୟୁନିଟ୍-୧୧ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ମୁମ୍ବାଇ ଏବଂ ଥାନେରେ ପରମବୀର ସିଂଙ୍କ ବିରୋଧରେ ପାଞ୍ଚଟି ମାମଲା ରୁଜୁ ହୋଇଛି। ତାଙ୍କୁ ମଧ୍ୟ ମୁମ୍ବାଇର ଏକ କୋର୍ଟ ପଳାତକ ଘୋଷଣା କରିଥିଲେ । ବଟି ଆଦାୟ ମାମଲାରେ ସୁପ୍ରିମକୋର୍ଟ ସୋମବାର ପରମବୀରଙ୍କୁ ଗିରଫରୁ ସୁରକ୍ଷା ପ୍ରଦାନ କରିଥିଲେ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.