ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶାରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର- ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପେ ନେବା ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି । ବାତ୍ୟା ହେଲେ ଏହା ଓଡିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ ମଧ୍ୟ କ୍ଷୟକ୍ଷତି କରିପାରେ । ଲଘୁଚାପ ଯଦି ବାତ୍ୟାରେ ପରିଣତ ହୁଏ, ତାହା ହେଲେ ଏହାର ନାଁ ରହିବ ଜୱାଦ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ବଳୟ ଅଧିକ ସ୍ପଷ୍ଟ ହୋଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଡିସେମ୍ବର ୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବ । ଏହାପରେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।

Comments are closed.