ଏୟାରଟେଲ, ଭୋଡାଫୋନ୍ ଆଇଡିଆ ପରେ ଜିଓର ପ୍ରିପେଡ୍ ପ୍ଲାନ୍ ହେଲା ମହଙ୍ଗା

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ପରେ ଦେଶର ସର୍ବବୃହତ ମୋବାଇଲ୍ ଅପରେଟର ରିଲାଏନ୍ସ ଜିଓ ମଧ୍ୟ ରବିବାର ଦିନ ନିଜ ପ୍ରିପେଡ୍ ପ୍ଲାନ୍ ଟାରିଫରେ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରିଛି।

କଲ୍ ଏବଂ ଡାଟା ପ୍ଲାନରେ ଏହି ବୃଦ୍ଧି ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି | ଜିଓ ଫୋନ୍ ପ୍ଲାନ୍, ଅନଲିମିଟେଡ୍ ପ୍ଲାନ୍ ଏବଂ ଡାଟା ଟପ୍ ଅପ୍ ବୃଦ୍ଧିର ପରିସରଭୁକ୍ତ ହେବ। କମ୍ପାନୀ ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ମୂଲ୍ୟ ବୃଦ୍ଧି ୨୦ରୁ ୨୧.୩ ପ୍ରତିଶତ ମଧ୍ୟରେ କରାଯାଇଛି।

ଗତ ସପ୍ତାହରେ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟ କଲ୍ ଏବଂ ଡାଟା ରେଟରେ ବୃଦ୍ଧି ଘୋଷଣା କରିଥିଲେ।

Comments are closed.