ରାଜ୍ୟରେ ଆଉ ୧୯୭ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪, ସମ୍ବଲପୁର ଜିଲ୍ଲାରୁ ୧୬, ସୁନ୍ଦରଗଡରୁ ୧୨, ମୟୂରଭଞ୍ଜରୁ ୯, ଯାଜପୁରରୁ ୮, କଟକରୁ ୬, ଝାରସୁଗୁଡାରୁ ୫, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ଦେବଗଡରୁ ୩, ନୟାଗଡରୁ ୩, ବାଲେଶ୍ୱରରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, କେନ୍ଦ୍ରାପଡାରୁ ୨, ରାୟଗଡାରୁ ୧, କେନ୍ଦୁଝରରୁ ୧, ଗଞ୍ଜାମରୁ ୧, ବରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ୨୨ ଆକ୍ରାନ୍ତ । ୧୧ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୪୮ ହଜାର ୮୮୦ ଜଣ କୋରୋନା ପଜିିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୮ ହଜାର ୮୫ । ସକ୍ରିୟ ମାମଲା ସଂଖ୍ୟା ରହିଛି ୨ ହଜାର ୩୩୩ ।

Comments are closed.