ଆଜି ୬ଟି ଜିଲ୍ଲାର ୨୩୯ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଏ କ୍ରମରେ ପ୍ରଥମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୨୩୯ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର ଜିଲ୍ଲାର ୬୪, କୋରାପୁଟର ୧୭, ଗଜପତିର ୫, ଢେଙ୍କାନାଳର ୪୧, ଅନୁଗୋଳର ୯୦ ଓ ବରଗଡର ୨୨ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ ।

Comments are closed.