ଜୁନିଅର ବିଶ୍ୱକପ୍ ହକି : ଗ୍ରୁପ୍ ପର୍ଯ୍ୟାୟରେ ଗୋଲ୍ ପ୍ରାବଲ୍ୟ, କାଲିଠାରୁ ନକ୍ ଆଉଟ୍‌, ପ୍ରଥମ କ୍ୱାର୍ଟରରେ ଭାରତ-ବେଲଜିୟମ ମ୍ୟାଚ୍

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟରେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନ ଥିବା ଦଳଗୁଡିକ ମଧ୍ୟରେ ଆଜିଠାରୁ କ୍ଲାସିଫିକେସନ ମ୍ୟାଚ୍ ଖେଳାଯିବ । ଆଜି କଳିଙ୍ଗରେ ଚାରିଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ କାନାତୁ ଭେଟୁଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍ । ଆଉ ଏକ ମ୍ୟାଚ ପୋଲାଣ୍ଡ ଓ ଚିଲି ମଧ୍ୟରେ ଖେଳାଯିବ । ଆଜିର ଶେଷ ମ୍ୟାଚ୍ କୋରିଆ ଓ ଇଜିପ୍ଟ ମଧ୍ୟରେ ହେବ ।

ଡିସେମ୍ବର ୨୪ରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଂଟର ଗ୍ରୁପ୍ ପର୍ଯ୍ୟାୟରେ ଗୋଲର ପ୍ରାବଲ୍ୟ ଦେଖିବାକୁ ମିଳିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ୨୪ଟି ମ୍ୟାଚରୁ ମୋଟ ୧୯୭ଟି ଗୋଲ୍ ସ୍କୋର ହୋଇଛି ।

ନକ୍‌ଆଉଟ୍ ପର୍ଯ୍ୟାୟ ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି । ଚାରିଟି ଗ୍ରୁପ୍‌ର ବିଜେତା ଓ ଦ୍ୱିତୀୟ ସ୍ଥାନରେ ଥିବା ଟିମ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେହି ଦଳଗୁଡିକ ହେଲେ ପୁଲ୍ ଏ ରୁ ବେଲଜିୟମ ଓ ମାଲେସିଆ, ପୁଲ୍ ବି ରୁ ଫ୍ରାନ୍ସ ଓ ଭାରତ, ପୁଲ୍ ସି ରୁ ନେଦରଲ୍ୟାଣ୍ଡସ୍ ଓ ସ୍ପେନ ଏବଂ ପୁଲ୍ ଡିରୁ ଜର୍ମାନୀ ଓ ଆର୍ଜେଂଟିନା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଆସନ୍ତାକାଲି ପ୍ରଥମ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ,ଟାଇଟଲ ଫେଭରିଟ୍ ବେଲଜିୟମକୁ ଭେଟିବ ।

ଟୁର୍ଣ୍ଣାମେଂଟରେ ଭାରତକୁ ଛାଡିଦେଲେ ଏସିଆନ ଦେଶଗୁଡିକର ପ୍ରଦର୍ଶନ ନିରାଶାଜନକ ରହିଛି । ପାକିସ୍ତାନ ଓ କୋରିଆର ପ୍ରଦର୍ଶନ ନିରାଶାଜନକ ରହିଛି । ମାଲେସିଆ କିନ୍ତୁ ଲଢୁଆ ଖେଳ ପ୍ରଦର୍ଶନ କରି କ୍ୱାର୍ଟରକୁ ଉନ୍ନୀତ ହୋଇଛି । କ୍ୱାର୍ଟର ଫାଇନାଲରେ ପ୍ରଦର୍ଶନର ମାନ ଉନ୍ନତ ହେବ ବୋଲି ଆଶା କରାଯାଏ ।

Comments are closed.