ବିଧାନସଭା ଅଧିବେଶନ ପାଇଁ ସୁରକ୍ଷାର ସମୀକ୍ଷା କଲେ ଡିଜିପି, ବିଧାନସଭାକୁ ସଂଯୁକ୍ତ କରୁଥିବା ସବୁ ରାସ୍ତାରେ କଟକଣା

ଭୁବନେଶ୍ୱର- ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଡିଜିପି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ କମିଶନର ବି ଉପସ୍ଥିତ ଥିଲେ । ବିଧାନସଭାକୁ ସଂଯୁକ୍ତ କରୁଥିବା ସବୁ ରାସ୍ତାରେ କଟକଣା ଜାରି କରାଯିବ । ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ହେବେ । ୧୨୦ ଜଣ ବରିଷ୍ଠ ଅଫିସର ନିୟୋଜିତ ହେବେ । ଭୁବନେଶ୍ୱର ଡସିପିଙ୍କ ଦାୟିତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା ।

Comments are closed.