ଡିସେମ୍ବରରେ ହେବାକୁ ଥିବା ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା ଜାନୁଆରୀକୁ ଘୁଂଚିଲା

ଭୁବନେଶ୍ୱର- ଡିସେମ୍ବରରେ ହେବାକୁ ଥିବା ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ମିଳିଛି । ଏଣିକି ଜାନୁଆରୀ ୫ରୁ ୮ ତାରିଖ ଯାଏଁ ସମ୍ମେଟିଭ-୧ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ଉପସଭାପତି ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି । ପରୀକ୍ଷା ପାଇଂ ୫ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

Comments are closed.