ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ଅପରାହ୍ନରେ ଆଗତ ହେବ ୨୦୨୧-୨୨ ବର୍ଷର ଅତିରିକ୍ତ ବଜେଟ

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ । ଏହି ଶୀତକାଳୀନ ଅଧିବେଶନ ବେଶ୍ ସରଗରମ ହେବା ଆଶା କରାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

ବିଧାନସଭାର ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି । ଆଜି ପ୍ରଥମ ଦିନରେ ଗୃହରେ ୨୦୨୧-୨୨ ଆର୍ଥିକ ପାଇଁ ବର୍ଷ ଅତିରିକ୍ତ ବଜେଟ ଆଗତ ହେବ । ଅପରାହ୍ନ ୫ଟାରେ ଆଗତ ହେବ ଅତିରିକ୍ତ ବଜେଟ୍ । ମୋଟ ୧୯ ହଜାର କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଗତ ସପ୍ତାହରେ ଅନୁମୋଦନ ମିଳିସାରିଛି । କୋରୋନା କଟକଣାରେ ଚାଲିବ ଅଧିବେଶନ । ଦୈନିକ ୫ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ ।

Comments are closed.