ଜୁନିଅର ବିଶ୍ୱକପ୍ ହକିରେ ଆଜି ଖେଳାଯିବ କ୍ୱାର୍ଟର ଫାଇନାଲ୍ , ସଂଧ୍ୟାରେ ବେଲଜିୟମ ସହ ଭାରତର ମୁକାବିଲା

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତାରେ ଆଜି ସମସ୍ତ କ୍ୱାର୍ଟର ଫାଇନାଲ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ, ବେଲଜିୟମକୁ ଭେଟିବ । ଏହି ମ୍ୟାଚ ସଂଧ୍ୟା ସାଢେ ୭ଟାରେ ଖେଳାଯିବ । ଭାରତ ନିଜ ଗ୍ରୁପରେ ରନର୍ସଅପ୍ ହୋଇ କ୍ୱାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ଅନ୍ୟ କ୍ୱାର୍ଟରରେ ଜର୍ମାନୀ, ସ୍ପେନକୁ ଭେଟିବାକୁ ଥିବା ବେଳେ ନେଦରଲାଣ୍ଡସ୍ ଓ ଆର୍ଜେଂଟିନା ମଧ୍ୟରେ ଆଉ ଏକ କ୍ୱାର୍ଟର ମୁକାବିଲା ହେବ । ଆଉ ଏକ କ୍ୱାର୍ଟର ଫାଇନାଲ୍ ମାଲେସିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ ।

Comments are closed.