ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ, ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ବ୍ୟୟବରାଦ

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ପଂଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩ ହଜାର ୬୨୪ କୋଟି ବ୍ୟୟବରାଦ କରାଯାଇଛି । ଶକ୍ତି ବିଭାଗକୁ ମିଳିଛି ୨ ହଜାର ୧୪୩ କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୧ ହଜାର ୬୦୫ କୋଟି, କୃଷି ପାଇଁ ୧୭୬, ସ୍ୱାସ୍ଥ୍ୟ ପାଇଁ ୨ ହଜାର ୩୧୦ କୋଟି, ଅର୍ଥ ବିଭାଗକୁ ୨ ହଜାର ୫୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧ ହଜାର ୧୪୧ କୋଟି, ବିପ ର୍ଯ୍ୟୟ ପରିଚାଳନା ପାଇଁ ୧ ହଜାର ୬୮୪ କୋଟି , ସମବାୟ ବିଭାଗ ପାଇଁ ୫୫୩ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟି ବ୍ୟୟବରାଦ କରାଯାଇଛି ।

Comments are closed.