ଡିପ୍ରେସନ ପରେ ହିଁ ଅଧିକ ସ୍ପଷ୍ଟ ହେବ ବାତ୍ୟାର ଗତିପଥ : ଆଇଏମଡି ଡିିଜି

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଆସନ୍ତା ୪ ତାରିଖରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ବାତ୍ୟା ପହଂଚିବ । ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ । ପବନର ବେଗ ଘଣ୍ଟାକୁ ସର୍ବାଧିକ ୧୦୦ କିଲୋମିଟର ରହିବ ବୋଲି ଆଇଏମଡି ଡିଜି କହିଛନ୍ତି । ଏବେ ୱେଲମାର୍କ ଲୋ ପ୍ରେସର ରହିଛି । ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନରେ ପରିଣତ ହେବ । ଡିପ୍ରେସନ ହେଲା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Comments are closed.