ଦିଲ୍ଲୀ ପ୍ରଦୂଷଣ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀରେ ପରବର୍ତ୍ତୀ ଆଦେଶ ଯାଏଁ ସବୁ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତାକାଲି ଠାରୁ ପରବର୍ତ୍ତୀ ଆଦେଶ ଯାଏଁ ସବୁ ସ୍କୁଲ୍ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଆସନ୍ତାକାଲିଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ।
ଆଜି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ। ୨୫ ଘଣ୍ଟା ମଧ୍ୟରେ ପଦକ୍ଷେପ ନିଅ ନଚେତ୍ ଆମେ ନିର୍ଦ୍ଦେଶ ଜାରି କରିବୁ । ଜରୁରୀକାଳୀନ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଥିଲେ | ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ଦିନ ହେବ। ଏହାପୂର୍ବରୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ପ୍ରଦୂଷଣ ସତ୍ତ୍ବେ ଦିଲ୍ଲୀରେ କେତେକ ସ୍କୁଲ୍ ଖୋଲା ରହିଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଯେ ଆପଣ ଅନେକଥର କହିଛ ଯେ ସ୍କୁଲ ବନ୍ଦ ଅଛି, କିନ୍ତୁ ସବୁ ସ୍କୁଲ ବନ୍ଦ ହୋଇନାହିଁ। ତିନି ଏବଂ ଚାରି ବର୍ଷର ପିଲାମାନେ ଏବେ ବି ସ୍କୁଲକୁ ଯାଉଛନ୍ତି | ଆପଣ ଲକଡାଉନ୍ ଲଗାଇବାକୁ ଚିନ୍ତା କରିବୁ ବୋଲି କହିଥିଲେ । କିନ୍ତୁ ସ୍କୁଲ୍ ଖୋଲିଛି । ଏବେ ଅଭିଭାବକମାନେ ଘରୁ କାମ କରୁଥିବାବେଳେ ପିଲାମାନଙ୍କୁ ସ୍କୁଲ୍ ଯିବାକୁ ପଡ଼ୁଛି |

Comments are closed.