ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ବର୍ଷା ଜାରି, ୬୮୮ ଜଣ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତର

ଭୁବନେଶ୍ୱର- ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି । ଜିଲ୍ଲାର ୬ଟି ବ୍ଲକରେ ଏବେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପବନ ବହୁଛି । ଜିଲ୍ଲାରେ ଏ ଯାଏଁ ୬୮୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୪ ଗର୍ଭବତୀ ଅଛନ୍ତି । କୃଷ୍ଣପ୍ରସାଦ ଘାଟରେ ଯାତ୍ରୀବାହୀ ଡଙ୍ଗା ଓ ଭସାପୋଲକୁ ବନ୍ଦ କରାଯାଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସମସ୍ତ ବୋଟ୍ ଓ ମତ୍ସ୍ୟଜାବୀ ସୁରକ୍ଷିତ ଫେରିଆସିଛନ୍ତି । ବାତ୍ୟା ପାଇଁ କୋଣାର୍କ ମହୋତ୍ସବକୁ ବାତିଲ କରାଯାଇଛି ।

Comments are closed.