ଓଏସଏପି ଯବାନ ନିଜକୁ ନିଜେ ଗୁଳି କଲେ

ମାଲକାନଗିରି: ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ଚତୁର୍ଥ ବାଟାଲିଅନର ଜଣେ ଯବାନ ଦୁର୍ଯ୍ୟୋଧନ ମାଝୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ନିଜ ବନ୍ଧୁକରୁ ନିଜ ଉପରକୁ ସେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ସେ ମାଓବାଦୀ ବିରୋଧୀ ଅଭିଯାନ ଅନ୍ତର୍ଗତ ମାଲକାନଗିରି ଜିଲ୍ଲା ପୋଟେରୁ ଅଞ୍ଚଳରେ ମୁତୟନ ଥିଲେ। ଆଜି ପୋଟେରୁ ପୋଲିସ ଶିବିରରେ ଏହି ଅଘଟଣ ଘଟିଛି।

ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପାରିବାରିକ କିମ୍ବା ବ୍ୟକ୍ତିଗତ କୌଣସି ସମସ୍ୟାକୁ ନେଇ ସେ ଏପରି ଚରମ ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି। ମାଲକାନଗିରି ଏସପି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ଅଣାଯାଉଛି। ପରିବାର ଲୋକଙ୍କୁ ଏ ବାବଦରେ ଅବଗତ କରାଯାଇଛି। ପୋଷ୍ଟମର୍ଟମ ପରେ ମୃତଦେହ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Comments are closed.