ବର୍ଷାରେ ଭିତ୍ତିଭୂମି ନଷ୍ଟ ଆଶଙ୍କା କମ୍‌, ବାତ୍ୟା ଗଲା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ଆକଳନ କରାଯିବ

ଭୁବନେଶ୍ୱର- ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିକର୍ଭ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି ଜଣାଇଛନ୍ତି ଏସଆରସି । ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ । ତେବେ, ବର୍ଷାରେ ଭିତ୍ତିଭୂମି କ୍ଷୟକ୍ଷତି ହେବାର ସମ୍ଭାବନା କମ୍ ବୋଲି ଏସଆରସି କହିଛନ୍ତି । ତେବେ, ଚାଷବାସ ବର୍ଷା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବ । ଧାନ ପବନରେ ଶୋଇଯିବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟା ଅବପାତ ରୂପେ ଓଡିଶା ଉପକୂଳ ଅତିକ୍ରମ କରିସାରିଥିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି । ବାତ୍ୟା ସରିବା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ମଧ୍ୟରେ ଆକଳନ କରାଯିବ ।

Comments are closed.