ମାଲକାନଗିରି ସୀମାନ୍ତରେ ପୁଣି ମାତିଲେ ମାଓବାଦୀ, ଜାଳିଲେ ୫ରୁ ଅଧିକ ଗାଡି, ଜଣଙ୍କୁ ଅପହରଣ

ମାଲକାନଗିରି- ମାଲକାନଗିରି ସୀମାନ୍ତରେ ପୁଣି ମାଓ ଉତ୍ପାତ । ଛତିଶଗଡର ଗରିଆବନ୍ଧ ପିପଲଖୁଂଟାରେ ଲଙ୍କାକାଣ୍ଡ ଭିଆଇଛନ୍ତି ମାଓବାଦୀ । ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ୫ରୁ ଅଧିକ ଗାଡିକୁ ଜାଳି ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରୁ ସୁପରଭାଇଜରଙ୍କୁ ମଧ୍ୟ ସେମାନେ ଅପରହରଣ କରି ନେଇଥିବା ସୂଚନା ମିଳିଛି । ମାଓବାଦୀଙ୍କ ସହିଦ ସପ୍ତାହରେ ଶେଷ ଦିନରେ ଏହି ଘଟଣା ଘଟିଛି । ମିଳିଥିବା ଖବର ଅନୁସାରେ ୧୦୦ରୁ ଅଧିକ ମାଓବାଦୀ ଲଙ୍କାକାଣ୍ଡ ଘଟାଇଥିଲେ ।

Comments are closed.