କଟକ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ୧୫୬୭ କୋଟିର ପ୍ରକଳ୍ପ ଭେଟି

କଟକ- କଟକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ସ୍ମାର୍ଟକାର୍ଡର ସୁବିଧା ପାଇବେ । ଏଥିସହ ଜିଲ୍ଲାବାସୀଙ୍କୁ ୧ ହଜାର ୫୬୭ କୋଟିଟଙ୍କାର ଶତାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ବଡ ଡାକ୍ତରାଖାନାକୁ ଏମ୍‌ସ ପ୍ଲସ କରିବାକୁ ଉଦ୍ୟମ ଜାରି ରହିଛି । ଏସସିବି ମେଡିକାଲ ଦେଶର ସ୍ୱାସ୍ଥ୍ୟସେବାରେ ଏକ ମାଇଲଖୁଂଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କଟକର ବିଶ୍ୱନାଥ ପଣ୍ଡିତ ପାଠାଗାରକୁ ସ୍ଥାନାନ୍ତର କରାଯାଇ ଏହାକୁ ଅତ୍ୟାଧୁନିକ କରାଯିବ ବୋଲି ନବୀନ କହିଛନ୍ତି ।

Comments are closed.