ଓମିକ୍ରନ ସତର୍କତା : ବାହାର ଦେଶରୁ ଆସୁଥିବା ଲୋକଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର କଡା ନଜର, ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର- ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜମ ମିଶ୍ର । ସେ କହିଛନ୍ତି ଯେ, ବାହାର ଦେଶରୁ ଆସୁଥିବା ଲୋକଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡା ନଜର ରଖିଛି । ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କ ପାଇଁ ସରକାରୀ ହସପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ । ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ,ସେ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ବ୍ୟବସ୍ଥା କରାଯିବ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଭାରିଆଂଟ୍‌, ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି । ଟିକା ଉପରେ ଏହାର ପ୍ରଭାବ କ’ଣ ରହିବ, ସେ ନେଇ ଅଧିକ ତର୍ଜମା ଚାଲିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.