ନିଜର ସମସ୍ତ ସଫଳତା ଓ ଧନ ବୃଦ୍ଧି ପାଇଁ ପୂଜା ଘରେ ରଖନ୍ତୁ ଏହି ସବୁ ପ୍ରିୟ ଜିନିଷ

ସମସ୍ତଙ୍କ ଘରେ ପ୍ରାୟ ପୂଜାପାଇଁ ରହିଥାଏ ସ୍ୱତନ୍ତ୍ର ପୂଜାଗୃହ। କାରଣ ଘର ଭିତରେ ସବୁଠୁ ଅଧିକ ସକାରାତ୍ମକ ଉର୍ଜା ସେଇ ପୂଜାଘରୁ ମିଳିଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ପୂଜା ଘରର ବିଶେଷ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ର ମୁତାବିକ ପୂଜାଘର ଠିକ ଦିଗରେ ରହିଥିଲେ ଘର ପରିବାରରେ ଉନ୍ନତି ହୋଇଥାଏ । ସେହିପରି ଭୁଲ ଦିଗରେ ଘର ତିଆରି ହେଲେ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡିଥାଏ ।

ଏହାସହ ପୂଜାଘରେ କିଛି ଖାସଜିନିଷ ରହିଲେ ଏହାଦ୍ୱାରା ମାଆ ଲକ୍ଷ୍ମୀଙ୍କସହ ଅନ୍ୟ ଦେବାଦେବୀ ଙ୍କର ଆଶିର୍ବାଦ ମିଳିଥାଏ ।

ଜାଣନ୍ତୁ ସେହି ସବୁ ଜିନିଷ ସମ୍ପକରେ..

୧- ହିନ୍ଦୁ ଧର୍ମରେ ଗଙ୍ଗା ଜଳକୁ ଅତ୍ୟନ୍ତ ପବିତ୍ର ମନାଯାଏ । ଏହାକୁ ପୂଜାପାଠ ଭଳି ଶୁଭ କାମରେ ବ୍ୟବହାର କରାଯାଏ । ଏହାସହ ନିଜକୁ ଶୁଦ୍ଧ କରିବା ପାଇଁ ମଧ୍ୟ ଗଙ୍ଗା ଜଳକୁ ବ୍ୟବହାର କରାଯାଏ । ଏହାକେବେ ମଧ୍ୟ ଖରାପ ହୋଇ ନଥାଏ । ତେଣୁ ପୂଜା ସ୍ଥାନରେ ଗଙ୍ଗାଜଳକୁ ନିହାତି ରଖିବା ଉଚିତ । ପୂଜା ସମୟରେ ଏହାକୁ ବ୍ୟବହାର କରିବା ଉଚିତ । ଘରେ ଗଙ୍ଗା ଜଳ ରଖିଲେ ଧନ ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

୨- ମୟୂର ଚୂଳକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଏହା ଘରେ ନକାରାତ୍ମକ ଶକ୍ତିକୁ ହ୍ରାସ କରିଥାଏ । ଏହିଚୂଳ ଭଗବାନ ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ । ତେଣୁ ଏହାକୁ ଭଗବାନଙ୍କ ପାଖରେ ରଖିବା ସହ ପୂଜାଘର କାନ୍ଥରେ ଲଗାଇବା ଉଚିତ । ଉତ୍ତର ଦିଗରେ ଏହାକୁ ଲଗାଇଲେ ଘରର ସବୁ ସମସ୍ୟା ଦୂର ହୋଇଯାଏ ।

୩-ଶାଳଗ୍ରାମ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ମନାଯାଏ । ତେବେ ଏହା ସମସ୍ତଙ୍କ ଘରେ ନଥାଏ । ଏହା କେବଳ ବ୍ରାହ୍ମଣ ପରିବାର ରେ ଥାଏ । ତେଣୁ ଏହାକୁ ପୂଜାକରିବା ଦ୍ୱାରା ମଧ୍ୟ ଖୁବ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ କୃପା ପାଇବା ପାଇଁ ଘରେ ପୂଜା ସ୍ଥାନରେ ଏହାକୁ ରଖି ପୂଜା କରିବା ଉଚିତ ।

୪- ଶଙ୍ଖ ଭଗବାନ ବିଷ୍ଣୁୂ ଓ ମାତା ଲକ୍ଷ୍ମୀଙ୍କ ବହୁତ ପ୍ରିୟ । ତେଣୁ ପୂଜାଘରେ ଏହାକୁରଖି ପୂଜା କରାଯାଏ । ପ୍ରତିଦିନ ଶଙ୍ଖ ପୂଜା ସହିତ ଏହାକୁ ବଜାଇବା ଦ୍ୱାରା ଏହାରଧ୍ୱନି ପାଇଁ ଘରୁ 7ନକାରାତ୍ମକ ଶକ୍ତି ଦୂର ହୋଇଯାଏ । ଶଙ୍ଖ ଧ୍ୱନି ଶରୀର ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଏହାକୁ ବଜାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୁଏ । ଏହାସହ ଭଗବାନଙ୍କ ଆଶିର୍ବାଦ ମିଳିଥାଏ ।

ଏହାସହ ପୂଜା ଘର ସର୍ବଦା ସଠିକ ଦିଗରେ ରହିବା ଆବଶ୍ୟକ । ଉତ୍ତର ପୂର୍ବ ଦିଗ ଅର୍ଥାତ ଐଶନ୍ୟ କୋଣରେ ପୂଜା ଘର ରହିବା ଆବଶ୍ୟକ । ବାସ୍ତୁ ଶାସ୍ତ୍ର ମୁତାବିକ ଏହିଦିଗ ପୂଜା ପାଇଁ ସର୍ବୋତ୍ତମ ହୋଇଥାଏ । ଏହାଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ବୃଦ୍ଧି ହେବା ସହ ନବଗ୍ରହଙ୍କ ଶୁଭାଶିର୍ବାଦ ରହିଥାଏ ।

Comments are closed.