ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓ-ହବ୍‌, ଷ୍ଟାର୍ଟ ଅପ୍ ଓଡିଶା ଇନକ୍ୟୁବେସନ ସେଂଟରର ଉଦଘାଟନ କରିବେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ସେଂଟର ଅତ୍ୟାଧୁନିକ ଭିତ୍ତିଭୂମିରେ ସଜ୍ଜିତ ହୋଇଛି । ଅଧିକ ସଂଖ୍ୟକ ଷ୍ଟାର୍ଟ ଅପ୍ ଏହି ଇନକ୍ୟୁବେସନ ସେଂଟରରେ ଚାଲିପାରିବ । ରାଜ୍ୟରେ ଷ୍ଟାର୍ଟ ଅପ୍ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରସାରରେ ଏହି ସେଂଟର ପ୍ରମୁଖ ଭୂମିକା ଗ୍ରହଣ କରିବ ।

Comments are closed.