ରାଜ୍ୟରେ ଆଉ ୧୮୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୯ ଓ ସ୍ଥାନୀୟ ଅଂଚଳରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪, କଟକରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୮, ସୁନ୍ଦରଗଡରୁ ୭, ମୟୂରଭଞ୍ଜରୁ ୫, ଦେବଗଡରୁ ୫, ଅନୁଗୁଳରୁ ୩, ଭଦ୍ରକରୁ ୩, ଜଗତସିଂହପୁରରୁ ୩, ରାୟଗଡାରୁ ୩, ଗଜପତିରୁ ୨, ଯାଜପୁରରୁ ୨, ଝାରସୁଗୁଡାରୁ ୨, ନୟାଗଡରୁ ୨, ପୁରୀରୁ ୨, ବାଲେଶ୍ୱରରୁ ୧, ବରଗଡରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୨୩ ଆକ୍ରାନ୍ତ । ରାଜ୍ୟରେ ଏ ଯାଏଁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୨୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କୋରୋନାକୁ ମାତ୍ ଦେଇଛନ୍ତି ୧୦ ଲକ୍ଷ ୪୨ ହଜାର ୭୦୧ । ୧ ହଜାର ୮୨୧ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.