ନୂଆ ଢାଂଚାରେ ମାଟ୍ରିକ ପରୀକ୍ଷା : ଜାନୁଆରୀ ୫ରୁ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା

କଟକ- ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆସନ୍ତାମାସ ୫ ତାରିଖରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ ଆସେସମେଂଟ୍ –ଏସଏ-୧ ପରୀକ୍ଷା ହେବ । ଏସଏ-୧ ପାଇଁ ୫ ଲକ୍ଷ ୭୧ ହଜାର ୯୩୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଓ ୩ ହଜାର ୭୩୧ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ଜଣାପଡିଛି । ସମ୍ମେଟିଭ ଆସେସମେଂଟ୍ -୧ ପରୀକ୍ଷା ରାଜ୍ୟର ୩ ହଜାର ୯୩ କେନ୍ଦ୍ରରେ ହେବ । ପ୍ରଶ୍ନପତ୍ର ରଖିବା ପାଇଁ ୩୧୧ଟି ନୋଡାଲ୍ ସେଂଟର ଚୟନ କରାଯାଇଛି । ଏହି ପରୀକ୍ଷା ବାବଦରେ ସବୁ ସୂଚନା ମାଧ୍ୟମିକ ବୋର୍ଡ ୱେବସାଇଟ www.bseodisha.ac.in ରେ ଛଡାଯାଇଛି ।

Comments are closed.