‘ମୋ ସ୍କୁଲ୍‌’ ଅଭିଯାନର ସ୍ୱଚ୍ଛତା ପାଇଁ ସୋସିଆଲ ଅଡିଟ୍‌, ଲୋକେ ଜାଣିବେ ଆୟବ୍ୟୟର ହିସାବ

ଭୁବନେଶ୍ୱର- ସ୍ୱଚ୍ଛତା ବଜାୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ‘ମୋ ସ୍କୁଲ୍‌’ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ୍ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନରେ ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ଅର୍ଥ ବିନିଯୋଗର ସମୀକ୍ଷା ପାଇଁ ସୋସିଆଲ ଅଡିଟ୍ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲରେ ସୋସିଆଲ ଅଡିଟ ଆରମ୍ଭ ହୋଇଛି । ପ୍ରତି ଜିଲ୍ଲାରୁ ୫ଟି ଲେଖାଏଁ ସ୍କୁଲକୁ ଏଥିରେ ସାମିଲ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟକ୍ରମେ ରାଜ୍ୟର ୩୫ ହଜାର ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ ଅଡିଟ୍ କରାଯିବାକୁ ଯୋଜନା କରାଯାଇଛି । ଗୋଷ୍ଠୀ ସହଭାଗିତା ଭିତ୍ତିରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଓ ଅନୁଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ଦିଆଯାଇଛି ।

Comments are closed.