ଶୀତ ପ୍ରକୋପ : ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ଫୁଲବାଣୀ ସବୁଠୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ପ୍ରକୋପ । ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହର ହୋଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ଥିଲା ୬ ଦଶମିକ ୫ ଡିଗ୍ରୀ ସେଲସିୟସ । ଝାରସୁଗୁଡାରେ ୭ ଦଶମିକ ୧, ଟିଟିଲାଗଡରେ ୭ ଦଶମିକ ୩, ସୁନ୍ଦରଗଡରେ ୭ ଦଶମିକ ୫, କେନ୍ଦୁଝରରେ ୭ ଦଶମିକ ୬, ଭବାନୀପାଟଣା ଓ ରାୟଗଡାରେ ୮ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତ ଲହରୀ ଆହୁରି ଦୁଇ ତିନି ଦିନ ବଜାୟ ରହିବ ।

Comments are closed.