ଓମିକ୍ରନ ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି : ଡବ୍ଲୁଏଚଓ ଓଡିଶା ମୁଖ୍ୟ

ଭୁବନେଶ୍ୱର – କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ଯୋଗୁଁ ଭାରତରେ ତୃତୀୟ ଲହର ଆସିବ ବୋଲି କିଛି କହିହେବ ନାହିଁ । ଭାରତରେ ଓମିକ୍ରନ ସଂକ୍ରମଣ ପ୍ରାରମ୍ଭିକ ସ୍ତରରେ ରହିଛି । ବ୍ରିଟେନ ଓ ଆମେରିକାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ମୁଖ୍ୟ ଡାକ୍ତର ନିହାର ରାୟ କହିଛନ୍ତି ।

ଦେଶରେ ଟିକାକରଣ ବଢିଥିଲେ ମଧ୍ୟ ସତର୍କତା ନିହାତି ଆବଶ୍ୟକ । ଓମିକ୍ରନ ଡେଲଟାଠାରୁ ମଧ୍ୟ ତୀବ୍ର ସଂକ୍ରାମକ । ତିନି ଦିନରେ ମାମଲା ଦୁଇ ଗୁଣ ହେବ । ତେବେ, ଏହା ସେତେ କ୍ଷତିକାରକ ନୁହେଁ ବୋଲି ପ୍ରାଥମିକ ସର୍ଭେରୁ ଜଣାପଡିଛି । କିନ୍ତୁ ଏହା ବି ନିଶ୍ଚିତ ନୁହଁ ବୋଲି ଡାକ୍ତର ନିହାର ରାୟ ସୂଚନା ଦେଇଛନ୍ତି । ଓଡିଶା ପାଇଁ ସେମିତି କିଛି ଟ୍ରେଣ୍ଡ ଦେଖାଉନି । ଲୋକେ ସତର୍କ ହେଲେ ସଂକ୍ରମଣ ଆଗକୁ ବଢି ନ ପାରେ ବୋଲି ସେ କହିଛନ୍ତି ।

Comments are closed.