ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଦେବଗଡରେ ବିଶାଳ ବିକ୍ଷୋଭ ସମାବେଶ

କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଦାବି

କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ 14165 ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ

ଦେବଗଡ଼: ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆହ୍ଵାନ କ୍ରମେ ଦେବଗଡ଼ ଡିଭିଜନ ରେ ସହ ସହ ସଂଖ୍ୟାରେ ତୋଳାଲି , କର୍ମଚାରୀ, ବନ୍ଧାଲି ଗୋପଲଜି ମନ୍ଦିର ପ୍ରାଙ୍ଗଣ ରୁ ସମବେତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ କୁ କେନ୍ଦୁପତ୍ର ଉପରୁ ଜୀ ଏସ୍ ଟି ଉଚ୍ଛେଦ ଦାବୀରେ ବିଭିନ୍ନ ପ୍ଲାକାର୍ଡ , ବେନର ସହ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ଯାଇଥିଲେ l ସେଠାରେ ଅନୁଷ୍ଠିତ ହୋଇଥିବା ସମାବେଶ ରେ ସଂଘର ସଭାପତି ବିଜୟ ମହାନ୍ତି ଅଧ୍ୟକ୍ଷତା କରି ଲକ୍ଷ୍ୟ ଲକ୍ଷ୍ୟ ତୋଳାଲି ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଶୀଘ୍ର ଏହାର ଉଚ୍ଛେଦ ପାଇଁ ଦାବୀ କରିଥିଲେ l ଏହା ସହିତ ସଂଘର ଉପସଭାପତି ଗୋକୁଳ ମେହେର ରାଜ୍ଯ ସମ୍ପାଦକ ସଞ୍ଜିତ୍ ମହାନ୍ତି, ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ମହମ୍ମଦ୍ ମୃତ୍ୟୁଯl, ସୁଧୀର କପରଦlର, ବିଭୂତି ଗଙ୍ଗଦେବ, ପ୍ରମୋଦ ଝାଙ୍କର, ଅମରେନ୍ଦ୍ର ଗଙ୍ଗଦେବ, ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଭୂପେନ୍ଦ୍ର ନାୟକ, ହୀରା ଧର ସାହୁ, ମିଲନ ହୋତା, ଶ୍ରମିକ ନେତା ସୁବାଷ ନାୟକ, ପରକ୍ଷିତ ବେହେରl, ସ୍ଵାଧୀନ ପଣ୍ଡା, ଶୁଭେନ୍ଦୁ ନାୟକ ତୋଳାଲି ଯମୁନା କଠlର, ବାସନ୍ତୀ ନାୟକ ପ୍ରମୂଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଦାବୀ ସହ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ l କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ ଦିଆଯାଇଥିବା ଦାବିପତ୍ର ରେ ଶତକଡା 18 ଭାଗ ଓ ବିଡି ଉପରେ ଶତକଡା 28 ଜି ଏସ୍ ଟି ନିଆ ଯିବା ଫଳରେ ଗୋଟିଏ ପ୍ରାକୃତିକ ଓ ପ୍ରସ୍ତୁତ ହେଉଥିବା ବିଡି ରେ ଦୈତ ଟିକସ ଲଗାଇବା ଯୋଗୁଁ ଗତ ଚାରି ବର୍ଷ ମଧ୍ୟରେ କେନ୍ଦୁପତ୍ର ସଂସ୍ଥା ରେ ଲାଭର ମାତ୍ରା ହ୍ରାସ ପାଉଥିବା ଯୋଗୁଁ ଏହି ସଂସ୍ଥାରେ କାର୍ଯ୍ୟରତ ପ୍ରାୟ 12 ଲକ୍ଷ୍ୟ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ସେମାନେ ପାଉଥିବା ସାମାଜିକ ନିରାପତ୍ତା ମୂଳକ ପ୍ରୋସାହନ ବନ୍ଦ ହୋଇଯାଇଛି l କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ ସଂଘ ପକ୍ଷରୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାର ଉଚ୍ଛେଦ କିମ୍ବା ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଉଚ୍ଛେଦ ହୋଇନାହିଁ l ଏପରିକି ବିଜେପିର ଗତ 2019 ନିର୍ବାଚନ ଇସ୍ତାହାର ରେ ଏହାର ଉଚ୍ଛେଦ ପାଇଁ ପ୍ରତିଶୃତି ଦିଆଯାଇଥିଲା , କିନ୍ତୁ ଏହାର ଉଚ୍ଛେଦ ନ ହୋଇଥିବାରୁ ଆଜିର ବିକ୍ଷୋଭ ଓ ସମାବେଶ l ଆଗାମୀ ଦିନରେ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଥିଲେ l

ଏହା ବ୍ୟତୀତ ଗତ 3 ଡିସେମ୍ବର ରେ ବିଧାନସଭା ସମ୍ମୁଖରେ ଏକ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ବିଷୟରେ ଦୃଢତା ର ସହ ଚାପ ସ୍ରୁଷ୍ଟି ପାଇଁ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି l ଏହା ସହିତ ଆଜି ମଧ୍ଯ ଏକ ସ୍ମାରକ ପତ୍ର ପ୍ରଦାନ କରି କେନ୍ଦୁପତ୍ର ତୋଳାଲି ଙ୍କୁ ଦୁଇ ହଜାର କେରୀ କୁ ପୂର୍ବପରି ହାତରେ କେରୀ କରିବା, ଗ୍ରାମ ସଭା ନାମରେ ଘରୋଇକରଣ କୁ ପ୍ରୋତ୍ସାହନ ନ ଦେବା, ସମାଜିକ ନିରାପତ୍ତା ପ୍ରୋତ୍ସାହନ ଯଥା ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତା କୁ ପୁନଃ ପ୍ରଚଳନ କରିବା, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି କରିବା, ସର୍ବନିମ୍ନ ମଜୁରୀ ସଂଶୋଧନ କରିବା ଏବଂ କେନ୍ଦୁପତ୍ର ଦର କୁ ବୃଦ୍ଧି କରିବା ଆଦି ଦାବିରେ 14165 ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l

ସୁମିତ ପଟେଲ, ଦେବ ଜ୍ୟୋତି ପଟ୍ଟନାୟକ,ଶୁକଦେବ ଭଞ୍ଜ, ସଂକର ମହାପାତ୍ର, ପ୍ରଶାନ୍ତ ଭଞ୍ଜ, ପ୍ରତାପ ଦେବ, ଚନ୍ଦ୍ର ଶେଖର ଭୁକ୍ତା, ବିକାଶ ମିଶ୍ର, ସୁବ୍ରତ ପାତ୍ର, ଗୁରୁ ପ୍ରଧାନ, ଗନ୍ଧର୍ବ ପ୍ରଧାନ, ଅହିଁସା, ପ୍ରୀତୀଶ ମହାପାତ୍ର, ଜ୍ଞାନେନ୍ଦ୍ର ଗଣନାୟକ, ଭଗବାନ ବେହେରା, , ବସନ୍ତ ସାହୁ ପ୍ରମୁଖ ଶୋଭାଯାତ୍ରା କୁ ପରିଚାଳନା କରିଥିଲେ l

Comments are closed.