ବିଜେଡି ଏକ ଆନ୍ଦୋଳନରେ ପରିଣତ ହୋଇଛି : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର- ବିଜେଡି ଏକ ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି । ନିର୍ବାଚନ ଜିତିବାକୁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଣବ ଏହା କହିଛନ୍ତି ।

ଏବେ ନବୀନିଜିମ ଆରମ୍ଭ ହୋଇଯାଇଛି । ଧରାପୃଷ୍ଠରେ ଥିବା ଯାଏଁ ନବୀନ ପଟ୍ଟନାୟକଙ୍କୁ ଲୋକେ କ୍ଷମତାଚ୍ୟୁତ କରିବେ ନାହିଁ । ନବୀନ ଯାହା କୁହନ୍ତି, ତାହା କରନ୍ତି । ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିଛନ୍ତି । ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାର ସୁଫଳ ବୋଲି ବିଜେଡି ସାଂଗଠନିକ ସଂପାଦକ କହିଛନ୍ତି । ନବୀନଙ୍କ ଆସିବା ପୂର୍ବ ଓ ପରବର୍ତ୍ତୀ ସମୟକୁ ଇତିହାସ ମନେ ରଖିବ ବୋଲି ପ୍ରଣବ ଦଳୀୟକର୍ମୀ ଓ ନେତାଙ୍କୁ ସମ୍ବୋଧନ କରି କହିଛନ୍ତି ।

Comments are closed.