ରାଜ୍ୟରେ ଜାନୁଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାଙ୍କ କୋଭିଡ ଟିକାକରଣ

ଭୁବନେଶ୍ୱର-ଆସନ୍ତାମାସ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯିବ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କଲା ପରେ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୩ ତାରିଖରେ ଛୋଟ ପିଲାଙ୍କ ଟିକା ଓ ୯ ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହେବ । ଟିକାକରଣ ପାଇଁ ରାଜ୍ୟରେ ଏକ ଟିମ୍ ରହିଛି । ଯଥେଷ୍ଟ ମାନବ ସମ୍ବଳ ମଧ୍ୟ ରହିଛି । ଦରକାର ପଡିଲେ ଅଧିକ ମାନବସମ୍ବଳ ନିଆଯିବ । ପ୍ରତି ଜିଲ୍ଲାକୁ ୧୫ ବର୍ଷରୁ ୧୮ ବର୍ଷ ବୟସର ପିଲାଙ୍କ ତଥ୍ୟ ମଗାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.