ଜାନୁୟାରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଯାଞ୍ଚ୍ କରିନିଅନ୍ତୁ ଏହି ମାସର ବ୍ୟାଙ୍କ୍ ଛୁଟି ତାଲିକା

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୨ରେ ଯଦି ଆପଣଙ୍କର କୌଣସି ବ୍ୟାଙ୍କ୍ କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ତା’ ପୂର୍ବରୁ ଜାନୁୟାରୀ ମାସର ବ୍ୟାଙ୍କ୍ ଛୁଟିଦିନ ତାଲିକା ଯାଞ୍ଚ କରି ନିଅନ୍ତୁ, ଯାହା ଫଳରେ ଆପଣ ଅସୁବିଧା ଏଡ଼ାଇ ପାରିବେ । ଜାନୁୟାରୀ ମାସରେ ମୋଟ ୧୬ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ | ଏହି ତାଲିକାରେ ରାଜ୍ୟ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ । ତେଣୁ ଆପଣଙ୍କ ସହରର ନାମ ଦେଖି ବ୍ୟାଙ୍କକୁ ଯିବାକୁ ଯୋଜନା କରନ୍ତୁ |

ଗ୍ରାହକ ଏବଂ କର୍ମଚାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପ୍ରତିବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କ୍ ଛୁଟିଦିନ କ୍ୟାଲେଣ୍ଡର ଜାରି କରାଯାଇଥାଏ ।

ଆରବିଆଇ ଦ୍ଵାରା ଜାରି କରାଯାଇଥିବା ତାଲିକାରେ ସମସ୍ତ ରାଜ୍ୟ ଅନୁଯାୟୀ ଛୁଟିଦିନ ମଧ୍ୟ ଅଛି, ତେଣୁ ଆପଣଙ୍କ ସ୍ଥାନରେ ବ୍ୟାଙ୍କ କେବେ ବନ୍ଦ ରହିବ ସେନେଇ ନିଜ ରାଜ୍ୟର ଛୁଟିଦିନ ଯାଞ୍ଚ୍ କରିବା ଉଚିତ । ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀରେ ୧୬ଟି ଛୁଟି ସମସ୍ତ ରାଜ୍ୟ ଏବଂ ସମସ୍ତ ସହର ପାଇଁ ଲାଗୁ ହେବ ନାହିଁ |

ଜାନୁୟାରୀ ୨୦୨୨ ରେ ବ୍ୟାଙ୍କ ଛୁଟିଦିନ ତାଲିକା:

୧ ଜାନୁୟାରୀ ୨୦୨୨ – ନୂଆବର୍ଷ ପାଇଁ ଛୁଟିଦିନ (ଆଇଜାୱଲ୍, ଶିଲଙ୍ଗ, ଚେନ୍ନାଇ ଏବଂ ଗ୍ୟାଙ୍ଗଟକ୍) |
ଜାନୁୟାରୀ ୨, ୨୦୨୨ – ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ବନ୍ଦ ରହିବ |
ଜାନୁୟାରୀ ୩, ୨୦୨୨ – ସିକ୍କିମ୍ ରେ ନୂଆ ବର୍ଷ ଏବଂ ଲାସୁଙ୍ଗ୍ ଛୁଟି (ଆଇଜାୱଲ୍ ଏବଂ ଗ୍ୟାଙ୍ଗଟକ୍)
୪ ଜାନୁୟାରୀ ୨୦୨୨ – ଲାସୁଙ୍ଗ ପର୍ବ ସିକ୍କିମ୍ (ଗାଙ୍ଗଟକ୍)ରେ ଛୁଟି |
୮ ଜାନୁୟାରୀ ୨୦୨୨ – ଦ୍ୱିତୀୟ ଶନିବାର |
୯ ଜାନୁୟାରୀ ୨୦୨୨ – ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଏବଂ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ |
୧୧ ଜାନୁୟାରୀ ୨୦୨୨ – ମିଶନାରୀ ଡେ ମିଜୋରାମ (ଆଇଜାୱଲ୍) ।
୧୨ ଜାନୁୟାରୀ ୨୦୨୧ – ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି (କୋଲକାତା) ।
୧୪ ଜାନୁୟାରୀ ୨୦୨୨ – ମକର ସଂକ୍ରାନ୍ତି ପାଇଁ ଅନେକ ରାଜ୍ୟରେ ଛୁଟି (ଅହମ୍ମଦାବାଦ ଏବଂ ଚେନ୍ନାଇ)
୧୫ ଜାନୁଆରୀ ୨୦୨୨ – ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ ପୋଙ୍ଗଲରେ ଛୁଟିଦିନ ହେବ |
୧୬ ଜାନୁୟାରୀ ୨୦୨୨ – ସାରା ଦେଶରେ ସାପ୍ତାହିକ ଛୁଟି |
୧୮ ଜାନୁୟାରୀ ୨୦୨୨ – ଥାଇପୁସମ୍ ଉତ୍ସବ (ଚେନ୍ନାଇ) ।
୨୨ ଜାନୁୟାରୀ ୨୦୨୨ – ଚତୁର୍ଥ ଶନିବାର |
୨୩ ଜାନୁୟାରୀ ୨୦୨୨ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଇଁ ସାରା ଦେଶରେ ଛୁଟି |
୨୬ ଜାନୁୟାରୀ ୨୦୨୨ – ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଛୁଟି |
୩୦ ଜାନୁୟାରୀ ୨୦୨୨ – ରବିବାର |

ସୂଚନାଯୋଗ୍ୟ ଯେ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଏହି ଛୁଟିଦିନ ତାଲିକାରେ ଅନ୍ତର୍ଭୁକ୍ତ | ଜାନୁୟାରୀ ମାସରେ, ୨, ୯, ୧୬, ୨୩ ଏବଂ ୩୦ ରବିବାର ଦିନ ବ୍ୟାଙ୍କଗୁଡିକରେ କାମ ହେବ ନାହିଁ | ଏହାଛଡ଼ା ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ |

Comments are closed.