ଆଜିଠାରୁ କିଶୋରମାନଙ୍କୁ ଟିକା, ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା ଟିକାକରଣ ଶେଷ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର- ଆଜିଠାରୁ ୧୫ ବର୍ଷରୁ ୧୮ ବର୍ଷୀୟଙ୍କୁ ଦିଆଯିବ କୋରୋନା ଟିକା । ପୂର୍ବରୁ କିମ୍ବା ଟିକାଦାନ କେନ୍ଦ୍ରରେ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ହୋଇପାରିବ । ଟିକାଦାନ ପାଇଁ ୯୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ କୋଭାକ୍ସିନ ଟିକା ପ୍ରସ୍ତୁତ ରହିଛି । ଜାନୁଆରୀ ଶେଷ ସୁଦ୍ଧା ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୦୭ ମସିହା ସୁଦ୍ଧା ଜନ୍ମଗ୍ରହଣ କରିଥିବା ସବୁ ଛାତ୍ରଛାତ୍ରୀ ଟିକା ନେଇପାରିବେ । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦିଆଯିବ । ପରୀକ୍ଷା ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ଡେରିରେ ଟିକା ନେବେ । ଏହି ମାସ ୮ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ପିଲାଙ୍କ ଟିକାକରଣ ହେବ । ପ୍ରଥମ ଡୋଜର ୧୮ରୁ ୪୦ ଦିନ ମଧ୍ୟରେ ଦିଆଯିବ ଦ୍ୱିତୀୟ ଟିକା ।

Comments are closed.