ଗୋଷ୍ଠୀରେ ରହିଛି ଭାଇରସ, ଓମିକ୍ରନର ସଂକ୍ରମଣ କ୍ଷମତା ତୀବ୍ର ଥିବାରୁ ରାଜ୍ୟ ପାଇଁ ଚିନ୍ତାଜନକ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ଗୋଷ୍ଠୀରେ ଭାଇରସ ଅଛି । କିନ୍ତୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିବା ଉଦବେଗଜନକ ହେଲେ ମଧ୍ୟ ରୋଗୀମାନେ ଗୁରୁତର ହେଉନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀ କୋଭିଡ ନିୟମ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ବି କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି । ରିପୋର୍ଟ ପଜିଟିଭ ଆସିଲେ ଜିନମ ସ୍ୱିକ୍ୱେନସିଂ କରାଯାଉଛି । ଗତକାଲି ଚିହ୍ନଟ ୨୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣଙ୍କଠାରେ କୌଣସି ଲକ୍ଷଣ ନାହିଁ । ଅନ୍ୟମାନଙ୍କଠାରେ ବହୁତ କମ୍ ଲକ୍ଷଣ ଦେଖାଯାଉଛି ।

Comments are closed.