କାଲିଠାରୁ ମାଟ୍ରିକ ସମେଟିଭ-୧ ପରୀକ୍ଷା, ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର –ବୁଧବାରଠାରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ -୧ ପରୀକ୍ଷା । ୩ ହଜାର ୯୩ କେନ୍ଦ୍ରରେ ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଓଏମଆର୍ ସିଟରେ ପରୀକ୍ଷା ଦେବେ । ୩୧୧ ନୋଡାଲ୍ ସେଂଟରକୁ ପ୍ରଶ୍ନପତ୍ର ପଠାସରିଛି । କପି ରୋକିବାକୁ ୪ ସ୍ତରୀ ସ୍କ୍ୱାଡ୍ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ୬୨ଟି ଜିଲ୍ଲାସ୍ତରୀୟ ଓ ୪୦ଟି କେନ୍ଦ୍ରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ମୋବାଇଲ ଫୋନ ରଖିପାରିବେ ନାହିଁ । ସ୍କ୍ୱାଡ୍ ସଦସ୍ୟ ବି ଅଧୀକ୍ଷକଙ୍କୁ ମୋବାଇଲ ଦେଇ କେନ୍ଦ୍ରକୁ ଯିବେ । ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ଗ୍ରହଣ କରାଯାଇଛି । ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବ । କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ବୋଲି ବୋର୍ଡ ସଭାପତି କହିଛନ୍ତି ।

Comments are closed.