ପଂଚାୟତ ନିର୍ବାଚନ ପ୍ରସ୍ତୁତି : ବିଭିନ୍ନ ଜିଲ୍ଲାକୁ ପଠାଗଲା ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ

ଭୁବନେଶ୍ୱର – ପଂଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ ସଂପର୍କିତ ଫର୍ମ, ଭୋଟରଙ୍କ ପାଇଁ ବ୍ୟବହାର ହେଉଥିବା କାଳି, ପଂଚାୟତ ମାନୁଆଲ ଷ୍ଟାମ୍ପ ଓ ୭ ପ୍ରକାର ସିଲ୍ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲା ପଂଚାୟତକୁ ପଠାଯାଇଛି । ଆଜି ୧୦ଟି ଜିଲ୍ଲାର ପଂଚାୟତକୁ ଏସବୁ ସାମଗ୍ରୀ ଓ ଉପକରଣ ପଠାଯାଇଛି । ପର୍ଯ୍ୟାୟକ୍ରମେ ୭ ତାରିଖ ସୁଦ୍ଧା ସବୁ ଜିଲ୍ଲାକୁ ପଠାଯିବ । ପୂର୍ବରୁ ବ୍ୟାଲଟ ବକ୍ସ ସହ ନିର୍ବାଚନ ସଂପର୍କିତ କିଛି କାଗଜ ପଠାଯାଇଥିଲା ।

Comments are closed.