ରାଜ୍ୟରେ ଆହୁରି ବଢିବ ଦୈନିକ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂଖ୍ୟା ଆହୁରି ବଢିବ । ଦୈନିକ ସଂକ୍ରମଣ ଦୁଇ,ତିନି ଗୁଣ ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ ପଜିଟିଭିଟି ହାର ମଧ୍ୟ ୧ ପ୍ରତିଶତ ଉପରେ ରହିଛି ।ତ୍ତବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଚାଲିଛି । ମାତ୍ର ଦୁଇ ତିନି ଦିନରେ ୧ ପ୍ରତିଶତରୁ ଅଧିକ ସଂକ୍ରମଣ ବଢିଲାଣି । ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି । ପୂର୍ବରୁ ଅନ୍ୟ ରାଜ୍ୟରେ ଯେପରି ସଂକ୍ରମଣ ବଢିଥିଲା, ଏବେ ଓଡିଶାରେ ବି ସେଭଳି ସ୍ଥିତି ଉପୁଜିଛି । ସଂକ୍ରମଣ ରୋକିବା ପାଇଁ ଭିଡ ଏଡାଇବା ସହ ମାସ୍କ ପିନ୍ଧିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ ରାଜ୍ୟରେ ଦିନକୁ ୬୦ରୁ ୭୦ ହଜାର ଟେଷ୍ଟ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

Comments are closed.