ତୃତୀୟ ଲହର ପ୍ରକୋପ : ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୬

ଭୁବନେଶ୍ୱର-ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି କୋରୋନା ସଂକ୍ରମଣ । ତୃତୀୟ ଲହରରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପ୍ରଥମ ଥର ପାଇଁ ୧ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୬ ଆକ୍ରାନ୍ତ । ସଙ୍ଗରୋଧରୁ ୭୧୦ ଓ ସ୍ଥାନୀୟ ଅଂଚଳରୁ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ୧୮୭ ରହିଛି ।

ପୁଣି ରେଡ୍ ଜୋନକୁ ଫେରିଥିବା ଖୋର୍ଦ୍ଧା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୫୬ ଆକ୍ରାନ୍ତ । ସୁନ୍ଦରଗଡ ଓ ସମ୍ବଲପୁରରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ସୁନ୍ଦରଗଡ ଜିଲ୍ଲାରୁ ୧୬୬ ଓ ସମ୍ବଲପୁରରୁ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦, ଝାରସୁଗୁଡାରୁ ୩୩, ପୁରୀରୁ ୩୦, କେନ୍ଦୁଝରରୁ ୨୫, ବରଗଡରୁ ୨୧, ବଲାଙ୍ଗିରରୁ ୧୪, ଜଗତସିଂହପୁରରୁ ୧୩, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ୯, କେନ୍ଦ୍ରାପଡାରୁ ୯,ଦେବଗଡରୁ ୮, ରାୟଗଡାରୁ ୮, ଅନୁଗୁଳରୁ ୬,ଭଦ୍ରକରୁ ୬, ଢେଙ୍କାନାଳରୁ ୪, କଳାହାଣ୍ଡିରୁ ୪, କୋରାପୁଟରୁ ୩, ନୟାଗଡରୁ ୩, ସୋନପୁରରୁ ୩, ବାଲେଶ୍ୱରରୁ ୨, ନୂଆପଡାରୁ ୨, ବୌଦ୍ଧରୁ ୧, ଗଜପତିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦୁଇଟି ଜିଲ୍ଲାକୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ଆସିଛି ୧୧୦ ମାମଲା । ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୫୭ ହଜାର ୮୭୬ ଜଣ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୩୭୬ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ୩ ହଜାର ୯୮୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.