ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଖବରକାଗଜ ହକର୍

ବ୍ରହ୍ମପୁର: ରାଜ୍ୟର ଖବରକାଗଜ ବିତରକ (ହକର୍) ଓ ସେମାନଙ୍କ ପରିବାର ଲୋକଙ୍କ ଦୁଖଦୁର୍ଦ୍ଦଶା ବୁଝି ପାରିଲେ। କରୋନା ମହାମାରୀ ସମୟରେ ସେମାନଙ୍କ କଷ୍ଟ ହୃଦୟଙ୍ଗମ କରି ପାରିଥିଲେ। ସେଥିପାଇଁ ବୃହତ ଓଡ଼ିଆ ପରିବାରର ଏଇ ଗୋଷ୍ଠୀ ପାଇଁ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରିଥିଲେ, ସେମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ। ସେମାନଙ୍କ ସ୍ବୀକୃତି ସକାଶେ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥା କରିଥିଲେ। ଏଭଳି ପଦକ୍ଷେପ ବୋଧହୁଏ ସାରା ଦେଶରେ ପ୍ରଥମ କରି ଲାଗୁ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଦରଦୀ, ହୃଦୟବାନ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ବିତରକ ସଂଘ ସ୍ୱତନ୍ତ୍ର ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛି।

ଦୀର୍ଘ ବର୍ଷ ହେବ ଖରା, ବର୍ଷା, ଶୀତ, ଝଡ଼କୁ ଖାତିର ନକରି ଖବରକାଗଜକୁ ପାଠକଙ୍କ ନିକଟରେ ପହଞ୍ଚାଉଥିବା ବିତରକମାନେ କରୋନା ମହାମାରୀ ଯୋଗୁଁ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲେ। ସେମାନଙ୍କ ଦୁଃଖକଷ୍ଟକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ପଞ୍ଜୀକୃତ ବିତରକଙ୍କ ବ୍ୟାଙ୍କ୍ ଖାତାକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇଥିଲେ। ସେଥିପାଇଁ ତାଙ୍କ ନିକଟରେ ଚିର ଋଣୀ ବୋଲି ଦର୍ଶାଇଛନ୍ତି ବିତରକ ସଂଘ ସଭାପତି ହରିକୃଷ୍ଣ ପାଢ଼ୀ। ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ନିଜେ ବିତରକମାନଙ୍କ ସହ ଭେଟି ସେମାନଙ୍କ ଦୁଃଖ ଓ କଷ୍ଟକୁ ଅନୁଭବ କରିଥିଲେ। ବିତରକଙ୍କ ପାଇଁ ଏହି ସୁବିଧା ମିଳିବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଦର୍ଶାଇଛି ସଂଘ। ବ୍ରହ୍ମପୁର ଖବରକାଗଜ ବିତରକ ସଂଘ ସଭାପତି ହରିକୃଷ୍ଣ ପାଢୀ, ଉପସଭାପତି ଶଙ୍କର ବେହେରା, ସମ୍ପାଦକ ଏସ୍.ପୂର୍ଣ୍ଣଚନ୍ଦ୍ର ଦୋରା, ସହସମ୍ପାଦକ ପ୍ରତାପ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ପ୍ରମୁଖ ସଦସ୍ୟ ପ୍ରମୋଦ ପାତ୍ର, ଭାଗିରଥି ବେହେରା, ଦୀନବନ୍ଧୁ ସାମନ୍ତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫– ଟି ସଚିବ ଭି.କେ.ପାଣ୍ଡିଆନ୍, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛି ବ୍ରହ୍ମପୁର ଖବରକାଗଜ ବିତରକ ସଂଘ।

Comments are closed.