ଆଗକୁ ଆହୁରି ବଢିପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଛୋଟ ପିଲାଙ୍କ ସଂକ୍ରମଣ ୧୦ରୁ ୧୫ ପ୍ରତିଶତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଆଗକୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିପାରେ । ଏବେ ଏ ନେଇ କିଛି କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ୍ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ହସପିଟାଲକୁ ପୂର୍ବ ଲହର ପରି ପ୍ରସ୍ତୁତ କରାଯାଇଛି । ସଙ୍ଗରୋଧ, ସର୍ଭିଲାନ୍ସ, ଉଚିତ ଚିକିତ୍ସା ହିଁ ମହାମାରୀକୁ ରୋକିବାର ଉଚିତ ମାଧ୍ୟମ ।

ରାଜ୍ୟକୁ ବିଦେଶରୁ ଫେରୁଥିବା ଲୋକେ ୭ ଦିନ ପାଇଁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ । ଅଷ୍ଟମ ଦିନରେ ପରୀକ୍ଷା ହେଲା ପରେ ରିପୋର୍ଟ ଯଦି ନେଗେଟିଭ ଆସେ, ତାହା ହେଲେ ସର୍ବସାଧାରଣରେ ମିଶିପାରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କୋରୋନାର ତୃତୀୟ ଲହରରେ ଛୋଟ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ୧୦ରୁ ୧୫ ପ୍ରତିଶତ ମଧ୍ୟରେ ରହୁଛି ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.