ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିବାଦ ମଧ୍ୟରେ ବଦଳିଲେ ପଞ୍ଜାବ ଡିଜିପି, ଚାଟୋପାଧ୍ୟାୟଙ୍କ ସ୍ଥାନ ନେଲେ ଭି.କେ ଭାଓ୍ବରା

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ତାରିଖ ଘୋଷଣାର କିଛି ଘଣ୍ଟା ପୂର୍ବରୁ ପଞ୍ଜାବର ଚରଣଜିତ ସିଂ ଚନ୍ନିଙ୍କ ସରକାର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚାଟୋପାଧ୍ୟାୟଙ୍କୁ ପଦରୁ ହଟାଇ ଦେଇଛନ୍ତି। ପଞ୍ଜାବ ସରକାର ଆଇପିଏସ୍ ଅଧିକାରୀ ଭି.କେ ଭାଓ୍ବରାଙ୍କୁ ରାଜ୍ୟର ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି।

ଭି.କେ ଭବ୍ରା କାମଚଳା ଡିଜିପି ସିଦ୍ଧାର୍ଥ ଚାଟୋପାଧ୍ୟାୟଙ୍କ ସ୍ଥାନ ନେଇଛନ୍ତି। ଜାନୁଆରୀ ୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ପାଇଁ ଚାଟ୍ଟୋପାଧ୍ୟାୟ ବିବାଦୀୟ ହୋଇପଡିଥିଲେ । ଏହି କାରଣରୁ ତାଙ୍କ ଉପରେ ଚନ୍ନି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ମନେ କରାଯାଉଛି ।

ଚନ୍ନି ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଭରେଶ କୁମାର ଭାଓ୍ବରାଙ୍କ କାର୍ଯ୍ୟକାଳ ଅତି କମରେ ଦୁଇ ବର୍ଷ ହେବ। ଏହାପୂର୍ବରୁ କେନ୍ଦ୍ର ଲୋକସେବା ଆୟୋଗ ରାଜ୍ୟର ସର୍ବୋଚ୍ଚ ପୋଲିସ ପଦବୀ ପାଇଁ ପୂର୍ବତନ ଡିଜିପି ଦିନକର
ଗୁପ୍ତା, ଭାଓ୍ବରା ଏବଂ ପ୍ରବୋଧ କୁମାରଙ୍କ ନାମର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇଥିଲେ। ଚନ୍ନି ସରକାରଙ୍କ ତିନି ମାସର କାର୍ଯ୍ୟକାଳରେ ତୃତୀୟ ଥର ପାଇଁ ରାଜ୍ୟ ଡିଜିପି ବଦଳିଛନ୍ତି ।

Comments are closed.