ଆଜିଠାରୁ ବ୍ରହ୍ମପୁରରେ ସବୁ ଧାର୍ମିକ ସ୍ଥଳୀ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ବ୍ରହ୍ମପୁର – କୋରୋନାର ତୃତୀୟ ଲହରର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଭିଡ ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି । ଆଜିଠାରୁ ଫେବ୍ରୁଆରା ପହିଲା ସକାଳ ୫ଟା ଯାଏଁ ମହାନଗର ନିଗମ ଅଂଚଳର ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚ ଏବଂ ଅନ୍ୟ ଧାର୍ମିକ ପୀଠ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ମନ୍ଦିରରେ କେବଳ ରୀତିନୀତି ସ୍ୱଳ୍ପ ସଂଖ୍ୟକ ପୂଜକ ଓ ସେବାୟତମାନଙ୍କୁ ନେଇ ହେବ । ଏହି କଟକଣା ସମୟରେ କୌଣସି ଧାର୍ମିକ ଉତ୍ସବ ଓ ସମାବେଶ ହୋଇପାରିବ ନାହିଁ । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.