ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର୍ , ଦିନକରେ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ କୋରୋନା ପଜିଟିଭ । ପ୍ରଥମ ଥର ପାଇଁ ତୃତୀୟ ଲହରରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର କରିଛି । ସଙ୍ଗରୋଧରୁ ୨ ହଜାର ୭୫୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୪୧୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୬୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୬୨ ଆକ୍ରାନ୍ତ । ସମ୍ବଲପୁରରୁ ୪୩୭ ଓ କଟକ ଜିଲ୍ଲାରୁ ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଝାରସୁଗୁଡାରୁ ୧୫୪, ବାଲେଶ୍ୱରରୁ ୧୨୩, ପୁରୀ ଜିଲ୍ଲାରୁ ୧୧୯, ମୟୂରଭଞ୍ଜରୁ ୧୧୩, ବଲାଙ୍ଗିରରୁ ୯୯, ଯାଜପୁରରୁ ୮୩, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, କୋରାପୁଟରୁ ୬୫, ବରଗଡରୁ ୫୬, ସୋନପୁରରୁ ୪୬, କେନ୍ଦୁଝରରୁ ୪୩, ନବରଙ୍ଗପୁରରୁ ୩୭, ଦେବଗଡରୁ ୩୬, ନୟାଗଡରୁ ୩୪, ନୂଆପଡାରୁ ୩୨, ଗଜପତିରୁ ୩୨, ରାୟଗଡାରୁ ୩୧, ଅନୁଗୁଳରୁ ୨୨, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୯, ଭଦ୍ରକରୁ ୭, ବୌଦ୍ଧରୁ ୬, ମାଲକାନଗିରିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୩୧୫ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ କୋରୋନା ସଂକ୍ରମିତ ହୋିଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ୮୬୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୬ ହଜାର ୨୩୧ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୧୬ ହଜାର ୧୧୭ ରହିଛି ।

Comments are closed.