ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଔପଚାରିକ ଘୋଷଣା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ବୈଠକରେ ମୁଖ୍ୟତଃ ନିର୍ବାଚନ ପ୍ରାକ ପ୍ରସ୍ତୁତି, ଭୋଟର ତାଲିକା ଓ କୋଭିଡ ପରିସ୍ଥିତି ନେଇ ଆଲୋଚନା ହୋଇପାରେ । ଭୁବନେଶ୍ୱରରର ତୋଷାଳୀ ଭବନ ସ୍ଥିତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଆଜି ଦିନ ୧୧ଟା ୩୦ ମିନିଟରେ ବସିବ ସର୍ବଦଳୀୟ ବୈଠକ । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ହେବ । କଡାକଡି ଭାବେ କୋଭିଡ ନିୟମ ଯେପରି ପାଳନ ହେବ,ସେଥିପ୍ରତି ନିର୍ବାଚନ କମିଶନ ଗୁରୁତ୍ୱ ଦେଇପାରନ୍ତି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଂଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ୍ ଜାରି ହେବା ସମ୍ଭାବନା ରହିଛି ।

Comments are closed.