ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୨୮ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି । ୧୦୩ରେ ପଂହଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂପର୍କରେ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛି । ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏ ଯାଏଁ ୮ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି ।

Comments are closed.