ବିଏମସି ଅଫିସରେ କୋରୋନା, ୨୨ କର୍ମଚାରୀ ପଜିଟିଭ

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମର ମୁଖ୍ୟ କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ବିଏମସି ଅଫିସରେ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଥିଲା । ୨୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ବିଏମସି ଅଫିସକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବିଏମସି ଅଫିସର ଅନ୍ୟ କର୍ମଚାରୀଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯିବ ।

Comments are closed.