ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି

ଭୁବନେଶ୍ୱର-ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।୧୯୮୬ ବ୍ୟାଚ୍ ଆଇଏଏସ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଅନୁମତି ଦେଇଛି । ସୁରେଶ ମହାପାତ୍ର ଏହି ବର୍ଷ ଫେବ୍ରୁଆରୀ ୨୮ ତାରିଖରେ ଅବସର ନେଇଥାନ୍ତେ । ତେବେ, ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଁ ଓଡିଶା ସରକାର ୨୦୨୧ ଡିସେମ୍ବର ୩୧ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ ।

Comments are closed.