ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ୍

ଭୁବନେଶ୍ୱର- ବିଜେଡିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଜେପି ବିଧାୟକ ଲକ୍ଷ୍ମଣ ସୋରେନ । ବୌଦ୍ଧର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁୁଡ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଲକ୍ଷ୍ମଣ ସୋରେନ ବିଜେପି ପ୍ରାର୍ଥୀ ଭାବେ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରୁ ଲଢି ପରାସ୍ତ ହୋଇଥିଲେ । ସେ ପୁଣି ବିଜେପିକୁ ଫେରିଥିଲେ ମଧ୍ୟ ତାଙ୍କୁ ଦଳ ନିର୍ବାଚନ ଲଢିବାକୁ ଟିକେଟ ଦେଇ ନ ଥିଲା । ସେୀରେନଙ୍କ ପତ୍ନୀ ଓ ୪୮ ଜଣ ବିଜେପି କର୍ମୀ ମଧ୍ୟ ବିଜେଡିର ଯୋଗ ଦେଇଛନ୍ତି ।

Comments are closed.